ଅକ୍ସିଜେନ୍ ପରିବହନ କରୁଥିବା ଟ୍ୟାଙ୍କରକୁ ଟୋଲ୍ ଫି ଛାଡ କଲା ଏନ୍‌ଏଚ୍‌ଏଆଇ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ କରୋନା ମହାମାରୀ ସହିତ ଲଢିବା ଲାଗି ଭାରତରେ ସବୁଠୁ ଜରୁରୀ ହେଉଛି ଅକ୍ସିଜେନ ଯୋଗାଣ। ତେବେ ଏହାକୁ ଆହୁରି ସୁବିଧାରେ ପହଞ୍ଚାଇବା ଲାଗି କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ରାଜପଥରେ ମେଡିକାଲ୍ ଅମ୍ଳଜାନ ବହନ କରୁଥିବା ଟ୍ୟାଙ୍କର୍ ପାଇଁ ଉପଭୋକ୍ତା ଶୁଳ୍କ ଛାଡ କରାଯାଇଛି।
ଯଦିଓ ଫାସ୍‌ଟ୍ୟାଗ୍ ଲାଗୁ ହେବା ପରେ ଟୋଲ୍ ପ୍ଲାଜାରେ ପ୍ରାୟ ଗାଡି ଗୁଡିକ ଅଧିକ ସମୟ ଅପେକ୍ଷା କରୁନାହାନ୍ତି, ତଥାପି ମେଡିକାଲ୍ ଅମ୍ଳଜାନର ଶୀଘ୍ର ଏବଂ ନିରବଚ୍ଛିନ୍ନ ପରିବହନ ପାଇଁ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏହି ଯାନଗୁଡିକୁ ପ୍ରାଥମିକତା ପ୍ରଦାନ କରିଛି।
ମହାମାରୀର ମୁକାବିଲା ପାଇଁ ସରକାରୀ ତଥା ବେସରକାରୀ ଉଦ୍ୟମକୁ ସହାୟତା କରିବାକୁ ଏନ୍‌ଏଚ୍‌ଆଇ ଏହାର ସମସ୍ତ ଅଧିକାରୀ ଏବଂ ଅନ୍ୟ ହିତାଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛି। କରୋନାର ବିସ୍ଫୋରଣ ଭଳି ସଂକ୍ରମଣ ସମଗ୍ର ଦେଶରେ ମେଡିକାଲ ଅମ୍ଳଜାନର ଚାହିଦା ସୃଷ୍ଟି କରିଛି।

Leave A Reply

Your email address will not be published.