ଅନଲାଇନ ପୋର୍ଟାଲରେ ୨୯୦ କୋଟିର ଠକେଇ, ୧୧ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାୱାର ବ୍ୟାଙ୍କରେ ବିନିଯୋଗ ସମେତ ବିଭିନ୍ନ ଅନଲାଇନ୍ ପୋର୍ଟାଲ ଜରିଆରେ ୨୯୦ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଜଣାପଡିଛି। ସିଆଇଡିର ସାଇବର ପୁଲିସ ୨ ଜଣ ଚୀନ୍ ଏବଂ ତିବ୍ଦତୀୟ ନାଗରିକ ସମେତ ୧୧ ଜଣଙ୍କୁ ଗିରଫ କରିଛି। ପାୱାର ବ୍ୟାଙ୍କର ୫ ଜଣ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯାଇଛି। ସିଆଇଡି ଏସପି ସାରଥଙ୍କ ନେତୃତ୍ବରେ ଦଳ ଏହି ମାମଲାକୁ ସମାଧାନ କରିବାରେ ସଫଳ ହୋଇଥିଲା।
୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଆଇନ ପ୍ରତିନିଧୀ ଅଭିଷେକ ଅଭିନାଭ ଆନନ୍ଦ ପୂର୍ବରୁ ସିଆଇଡି ସାଇବର କ୍ରାଇମ ଡିଭିଜନରେ ଅଭିଯୋଗ କରିଥିଲେ। ଲାଭ ନାଁରେ ଅଭିଯୁକ୍ତମାନେ ପ୍ରଲୋଭନ ଦେଖାଇ ହଜାର ହଜାର ଲୋକଙ୍କଠାରୁ ଅର୍ଥ ନେଇଥିଲେ। ଅଭିଯୋଗ ପରେ ଡବ୍ଲୁପି ରୁମି କମ୍ପାନୀ ନିର୍ଦ୍ଦେଶକ ଅନସ ଅହମ୍ମଦ, ଇବ୍ରାହିମ ଆମୀର, ଧୋନଦୁପ ୱାଙ୍ଗିଆଲ, ଆରୋକିଆନାଥନ, ରାମ ଉଜାଗର, ପ୍ରକାଶ ଭୈରାଗୀ, ହରେଶବାଇ ଗୋବରପାୟ, ଭଞ୍ଜର ବିଜୟ ଭୋଇ, ଭଞ୍ଜର ମମତା ବେନ, ପାରପିଲୀହୁସ ସନ୍ନି, ଜ୍ୟୋତି ତିୱାରୀ, ଭାଗବତୀ ପନ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।
ବିଭିନ୍ନ ଷ୍ଟେସନରେ ଏବଂ ରାଜ୍ୟର ବିଭିନ୍ନ ସହରରେ ଏଫ୍ଆଇଆର କପି ଲଗାଯାଇଛି। ପାୱାର ବ୍ୟାଙ୍କ, ସନଫ୍ୟାକ୍ଟ୍ରି, ଇଜିପ୍ଟର ସମେତ ବିଭିନ୍ନ ଆପ୍ ମାଧ୍ୟମରେ ଦିଲ୍ଲୀରେ ୧୫୦ କୋଟି ଏବଂ ଉତ୍ତରପ୍ରଦେଶରେ ୨୫୦ କୋଟି ଟଙ୍କା ଠକେଇ ହୋଇଛି। ଏନେଇ ଉଭୟ ରାଜ୍ୟରେ ପୁଲିସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କ ଆକାଉଣ୍ଟ ଜବତ ହୋଇସାରିଛି। କର୍ଣ୍ଣାଟକର ସାଇବର ଅପରାଧ ପୁଲିସ ଆହୁରୀ ତଥ୍ୟ ସଂଗ୍ରହ କରୁଛି।

Leave A Reply

Your email address will not be published.