ଆସନ୍ତାକାଲିଠାରୁ ରାଜଧାନୀରେ ଗଡ଼ିବ ଇ-ବସ ଓ ଇ-ରିକ୍ସା; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଠାରୁ ଅର୍ଥାତ ଜୁଲାଇ ୨୯ରୁ ରାଜଧାନୀ ଭୁବନେଶ୍ୱରରେ ଗଡିବ ଇ-ବସ ଏବଂ ଇ-ରିକ୍ସା । ଆସନ୍ତାକାଲି ଏହାକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇ-ବସ୍ର ସଫଳ ପରୀକ୍ଷଣ ପରେ କ୍ରୁଟ ପକ୍ଷରୁ ଏହାକୁ ସାମିଲ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ ଇ-ବସ ଏବଂ ୪୫ଟି ଇ-ରିକ୍ସା ଚାଲିବ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ମୁଖ୍ୟ ରାସ୍ତାରେ ମୋ ବସ ସେବା ଦେଉଥିବା ବେଳେ ଗଳିରେ ଇ-ରିକ୍ସା ଚାଲିବ । ବସ୍ରୁ ଓହ୍ଲାଇବା ପରେ ଘର ପର୍ଯ୍ୟନ୍ତ ଯିବାକୁ ଇ-ରିକ୍ସା ସେବା ଯୋଗାଇବ । ଏଥିରେ ୩ କିମି ରାସ୍ତା ଯିବାକୁ ୧୦ ଟଙ୍କା ମୂଲ୍ୟ ରଖାଯାଇଛି । ଏହାଦ୍ୱାରା ସାଧାରଣ ଯାତ୍ରୀ ଲାଭ ପାଇବେ। ଏହି ବସ ଚାଲିବା ଦ୍ୱାରା ଧୂଆଁ ବାହାରିବ ନାହିଁ। ଏଣୁ ପରିବେଶ ପ୍ରଦୂଷଣ ହେବନାହିଁ । ଏହି ଇ-ବସ୍ ଆରାମଦାୟକ ଯାତ୍ରା ସହ ତ୍ୱରିତ ସେବା ଯୋଗାଇବ ବୋଲି କ୍ରୁଟ ଆଶା ରଖିଛି।