କାହିଁକି ଗାଡ଼ିରେ ବସିଲେ ଆସିଥାଏ ନିଦ ?

0

ଆପଣ ନିଶ୍ଚୟ ଦେଖିଥିବେଯେ, ଯେତେବେଳେ ଆମେ କୌଣସି ସ୍ଥାନକୁ ଯାତ୍ରା କରୁ । ଆମେ ଗାଡ଼ିରେ ବସିବା ମାତ୍ରେ ନିଦ ଲାଗିଥାଏ । ଆପଣ କେବେ ଚିନ୍ତା କରିଛନ୍ତି କି ଏହା କାହିଁକି ଘଟେ? ତେବେ ଆସନ୍ତୁ ଏହା ପଛର କାରଣ ବିଷୟରେ ଜାଣିବା । ଏହି ବିଷୟରେ ଅନୁସନ୍ଧାନରେ ଅନେକ ଜିନିଷ ସାମ୍ନାକୁ ଆସିଛି । ଏହା ପଛର କାରଣ ସ୍ଲିପ୍ ଡେବ୍ଟ, ବିରକ୍ତି ଏବଂ ହାଇୱେ ହାଇପ୍ନୋସିସ୍ ଦର୍ଶାଯାଇଛି । ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି, ତା’ହେଲେ ଆପଣ ଏହା ପୂର୍ବରୁ ବହୁତ ପ୍ରସ୍ତୁତି କରିଥିବେ । ଏହା ବ୍ୟତୀତ, ଏହି ଜିନିଷଗୁଡ଼ିକ ଆପଣଙ୍କ ମନରେ ଚାଲିଥାଏଯେ, କୌଣସି ଜିନିଷ ରହି ଗଲା କି ? ଏହି କଥା ଭାବି ଭାବି ଆପଣଙ୍କ ନିଦ ପୂରା ହୁଏ ନାହିଁ । ଏହାକୁ ସ୍ଲିପ୍ ଡେବ୍ଟ କୁହାଯାଏ । ଯାତ୍ରା ସମୟରେ ଗାଡ଼ିରେ ଶୋଇବା ପାଇଁ ଏହା ସବୁଠାରୁ ବଡ କାରଣ ବୋଲି କୁହାଯାଏ ।

ଅନୁସନ୍ଧାନ ଅନୁଯାୟୀ, ଗାଡିରେ ଯାଉଥିବା ସମୟରେ ଲୋକମାନେ କେବଳ ଶୋଇଥା’ନ୍ତି । ଯେତେବେଳେ ତାଙ୍କ ପାଖରେ କିଛି କରିବାକୁ ନଥାଏ । ଏହି ସମୟରେ, ମନ ଏବଂ ଶରୀର ଆରାମଦାୟକ ଅବସ୍ଥାରେ ଥାଏ । ସେଥିପାଇଁ ଲୋକମାନଙ୍କୁ ଗାଡ଼ିରେ ବସିଲେ ନିଦ ଆସେ । ଏହି ଅବସ୍ଥାକୁ ହାଇୱେ ହାଇପ୍ନୋସିସ୍ କୁହାଯାଏ ।

ଅନୁସନ୍ଧାନ କହୁଛିଯେ, ଚଳନ୍ତା ଗାଡିରେ ଗତି କରିବା ମଧ୍ୟ ଯାତ୍ରା ସମୟରେ ଶୋଇବା ପାଇଁ କାର୍ଯ୍ୟ କରିଥାଏ । ଏହି ସମୟ, ତୁମର ଶରୀର ବାଲ୍ୟକାଳ ପରି ସମାନ ମନେ କରେ । ଯେପରି ମା’ ତା ଛୁଆକୁ ଝୁଲାଇ ଝୁଲାଇ ଶୁଆଇଥାଏ । ମା’ ତା’ର ପିଲାକୁ ଶୋଇବା ପାଇଁ କୋଳରେ ହଲାଇଥାଏ । ଗାଡ଼ିରେ ବସିଲେ ଶରୀରକୁ ମା’ର କୋଳ ଭଳି ଅନୁଭବ ହୁଏ । ଯେଉଁ କାରଣରୁ ନିଦ ଆସେ । ବିଜ୍ଞାନର ଭାଷାରେ ଏହାକୁ ରୋକିଂ ସେନ୍ସେସନ୍ କୁହାଯାଏ ।

ଯେତେବେଳେ ତୁମେ ସମାନ ପ୍ରବାହରେ ଗତି କର, ଏହାକୁ ରୋକିଂ ସେନ୍ସେସନ୍ କୁହାଯାଏ । ଏହା ମସ୍ତିଷ୍କ ଉପରେ ଏକ ସନ୍ତୁଳିତ ପ୍ରଭାବ ପକାଇଥାଏ । ଯାହାଦ୍ୱାରା ଆପଣ ଶୋଇବା ଅବସ୍ଥାକୁ ଚାଲିଯାଇଥାନ୍ତି । ଏହାକୁ ଶ୍ଲୋ ରୋକିଂ ମଧ୍ୟ କୁହାଯାଏ ।

SOA post below
Leave a comment