ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚେନ୍ନାଇ ସହରର ୫୬ କିମି ଦକ୍ଷିଣରେ ଅବସ୍ଥିତ ମହାବଳୀପୁରମ ସହରରେ ଥିବା କ୍ରୋକୋଡାଇଲ ପାର୍କରୁ ବୃହତକାୟ କଇଁଛ ଚୋରି ହୋଇଛି। ଆଲଡାବ୍ରା ପ୍ରଜାତିର ଏହି କଇଁଛ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହୋଇଥିବାବେଳେ ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଚୋରି ପଛରେ ପାର୍କ କର୍ମଚାରୀଙ୍କ ହାତ ରହିଥିବା ପୁଲିସ ଅନୁମାନ କରୁଛି। ଉକ୍ତ କଇଁଛକୁ ରଖାଯାଇଥିବା ପ୍ରକୋଷ୍ଠ ସମ୍ମୁଖରେ ସିସିଟିଭି ବ୍ୟବସ୍ଥା ନ ଥିବାରୁ ଅଭିଯୁକ୍ତଙ୍କୁ ଧରିବା କଷ୍ଟକର ହୋଇପାରେ ବୋଲି ପାର୍କ କର୍ତ୍ତୃପକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି।