ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯଦୁପୁର ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସଆଇଟି ଗୁରୁବାର କ୍ରାଇମ ସିନ ରିକ୍ରିଏଟ କରିଛି। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ ତାଙ୍କ ଟିମ ଅଭିଯୁକ୍ତ ସରୋଜ ସେଠୀକୁ ଆଜି ଯଦୁପୁର ଗ୍ରାମକୁ ନେଇଥିଲେ। ସେଠାରେ ସରୋଜ କିପରି ଏହି ଜଘନ୍ୟ କାଣ୍ଡ ଘଟାଇଥିଲା ତାହାର ଡେମୋ ଦେଖାଇଛି। ଏହି ସମୟରେ ଏସଆଇଟି ମୁଖ୍ୟ ବୋଥ୍ରା ସରୋଜକୁ ବିଭିନ୍ନ ପ୍ରଶ୍ନ କରିଥିଲେ। ମୃତଦେହକୁ କିପରି ଏବଂ କେଉଁଠି ପକାଇଥିଲା ସରୋଜ ତାହାର ଡେମୋ ଦେଖାଇଥିବା ସୂଚନା ମିଳିଛି।