ଦୁର୍ଦାନ୍ତ ଅପରାଧୀ ଓ ମାଫିଆଙ୍କୁ ଲାଗିବ NSA

0

ଓଡିଶା ଫାଷ୍ଟ:(ପ୍ରଗତି ରଞ୍ଜନ ମହାନ୍ତି) ଆଜି କଟକ ସ୍ଥିତ ଡ଼ିଜି କ୍ୟାମ୍ପ ଅଫିସରେ ଜିଲ୍ଲାର ସମସ୍ତ ଏସ ପି/ଡି ସି ପି ଙ୍କ ସହିତ ଡି ଜି ପି ଡ଼.ରାଜେନ୍ଦ୍ର ପ୍ରାସାଦ ଶର୍ମା ଭିଡ଼ିଓ କନ୍ଫରେନ୍ସ ଜରିଆ ରେ ଆଲୋଚନା କରିବା ସହ ମାଫିଆଙ୍କୁ ସାବାଡ଼ କରିବାକୁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଯାହା ନାମରେ ମାମଲା ରହିଛି ସେମାନଙ୍କୁ ଖୋଜିଖୋଜି ଧର । ଆବଶ୍ୟକ ସ୍ଥଳେ ୧୦୭/୧୧୦ ଦଫା ଲଗାଅ। ଜଣେବି ମାଫିଆ ଯେମିତି ଖସିନଯାଆନ୍ତି ସେଥିପ୍ରତି ଦୃଷ୍ଟି ଦିଅ  । ଆବଶ୍ୟକ ପଡ଼ିଲେ ସେମାନଙ୍କ ବିରୋଧରେ ଏନଏସଏ ମଧ୍ୟ ଲାଗୁ କର  । ଆଜି ଏଭଳି ଭାବେ ମାଫିଆମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡିଜିପି ନିର୍ଦେଶ ଦେଇଛନ୍ତି  ।

ରାଜ୍ୟରେ ପଥର, ବାଲି ଓ ଟେଣ୍ଡର ମାଫିଆଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅନେକ ସ୍ଥାନରେ ସରକାରୀ ଅଧିକାରୀ ଓ ନେତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିବାର ଖବର ଆସୁଛି। ଯିଏ ସେମାନଙ୍କୁ ବିରୋଧ କରୁଛି ମେଳି ହୋଇ ରାସ୍ତାରୁ ହଟାଇ ଦେବାକୁ ମଉକା ଖୋଜୁଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଡିଜିପି ଏଭଳି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ସେହିପରି ନିଶା ଓ ଚୋରା ବନ୍ଧୁକ କାରବାର କରୁଥିବା ଅପରାଧିଙ୍କ ପ୍ରତି ତୀକ୍ଷ୍ମ ନଜର ରଖିବା ସହ ସେମାନଙ୍କୁ ମଧ୍ୟ ବାନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାମିନ ବିହୀନ ପରୱାନା ସତ୍ୱେ ଯେଉଁ ଅପରାଧିମାନେ ଖୁଲମଖୁଲା ବୁଲୁଛନ୍ତି ସେମାନଙ୍କୁ ମଧ୍ୟ ଗିରଫ କରିବାକୁ କହିଛନ୍ତି।

ରାଜ୍ୟର ଆଇନ ଶୃଙ୍ଖଳା କୁ ନେଇ ଡି ଜି ପି ଏଭଳି ନିଷ୍ପତ୍ତି ନେଇଛନ୍ତି ନା ଆଗକୁ ଆସୁଥିବା ନିର୍ବାଚନ କୁ ଆଖି ଆଗରେ ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କି ଶାସକ ଦଳର ଚାପରେ ବିରୋଧୀ ଦଳର କର୍ମୀ ମାନଙ୍କୁ ଭୟ ଦେଖାଇ ନିର୍ବାଚନ ରୁ ଦୂରରେ ରଖିବାପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Sikshaya
Leave A Reply

Your email address will not be published.