ଧାରଣାରେ ବସି ଚିତ୍ର ଆଙ୍କିଲେ ମମତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଗତକାଲି ୨୪ ଘଣ୍ଟିଆ ପ୍ରଚାର କଟକଣା ଲାଗୁ କରିଥିଲେ। ଫଳରେ ମମତା କୌଣସି ସ୍ଥାନକୁ ପ୍ରଚାର କରିବାକୁ ଯାଇପାରିନଥିଲେ। ଇସିଙ୍କ ନିଷ୍ପତ୍ତିକୁ ପ୍ରତିବାଦ କରିବା ସହ ମମତା ମଙ୍ଗଳବାର ସକାଳ ୧୧ଟା ୪୦ରେ ମାୟୋ ରୋଡ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ। ତେବେ ସମୟ ଅତିବାହିତ କରିବାକୁ ମମତା ଚିତ୍ରାଙ୍କନରେ ମନୋନିବେଶ କରିଥିଲେ। ହ୍ୱିଲଚେୟାରରେ ବସି ମମତା ନିଜର କାନଭାସ, ତୂଳୀ ସାହାଯ୍ୟରେ ଦୁଇଟି ଚିତ୍ରକଳା ଆଙ୍କିଥିଲେ। ତେବେ ଧାରଣାସ୍ଥଳରେ ତୃଣମୂଳ କଂଗ୍ରେସର କୌଣସି ନେତା କିମ୍ବା ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିନଥିଲା। ଅବଶ୍ୟ ମମତାଙ୍କ ଧାରଣାସ୍ଥଳର କିଛି ଦୂରରେ ଟିଏମସି କର୍ମୀମାନେ ପୋଷ୍ଟର ଓ ବ୍ୟାନର ଧରି ଇସିଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ଲକ୍ଷ୍ୟ କରାଯାଇଥିଲା। ନିର୍ବାଚନୀ ସଭାରେ ଭାଷଣ ଦେବା ଅବସରରେ ମମତା କେନ୍ଦ୍ରୀୟ ସୁରକ୍ଷା ବଳ ବିରୋଧରେ ଭୋଟରଙ୍କୁ ଉସକାଇଥିବା ଅଭିଯୋଗରେ ଇସିଙ୍କ ତରଫରୁ ତାଙ୍କର ପ୍ରଚାର ଉପରେ ୨୪ ଘଣ୍ଟିଆ କଟକଣା ଲାଗୁ କରାଯାଇଛି।

Leave A Reply

Your email address will not be published.