ନୂଆଁଖାଇ ପାଇଁ ୨ ଦିନ ଛୁଟି ଘୋଷଣା

ଆଗକୁ ନୂଆଁଖାଇ ପର୍ବ ଆସୁଛି । ଏହା ପଶ୍ଚିମ ଓଡିଶାରେ ବଡ ପର୍ବ ହୋଇଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଦୁଇଦିନ ଛୁଟି ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧ ଓ ୨ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି କେବଳ ସମ୍ବଲପୁର ଓ ବରଗଡ ଜିଲ୍ଲାପାଇଁ ଲାଗୁ ହେବ ବୋଲି କୁହାଯାଇଛି ।