(ଓଡିଶା ଫାଷ୍ଟ) :(ଜିତେନ୍ଦ୍ର ମହାନ୍ତି) ଅନୁଦାନ ପାଇଁ ବାଧ୍ୟତାମୂଳକ ସତ୍ୟପାଠ ଦାଖଲକୁ ଶିକ୍ଷକ ଓ ଅଧ୍ୟାପକ ବିରୋଧ କରିଛନ୍ତି। ଏନେଇ ଗତକାଲିଠୁ ସେମାନେ ପୁରୀରୁ
ଏକ ପଦଯାତ୍ରାରେ ଆସି ଭୁବେଶ୍ୱର ସମାବେଶ ରେ ପହଞ୍ଚିଥିଲେ । ସଭାରେ ମୁଖ୍ୟ ମନ୍ତ୍ରୀ ଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ ଓ ପାଣ୍ଡିଆନ ଙ୍କ ଉପରେ ଗର୍ଜିଥିଲେ ସମାଲୋଚନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।
ସେହିପରି ଆବାହକ ପ୍ରକାଶ ମହାନ୍ତି ଏକ ଗଣମାଧ୍ୟମ ଆଗରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି,“ ଅଣ ଓଡ଼ିଆ IAS ଅଫିସର ଓଡ଼ିଶାର ପାଣିପାଗ ଜାଣି ନାହାଁନ୍ତି। ଏଥିସହ ପ୍ରସ୍ତାବିତ ସତ୍ୟପାଠ ସୁଇସାଇଡ଼ ସହ ସମାନ। ଏହା ପ୍ରତ୍ୟାହାର କରା ନଗଲେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ବର୍ଜନ କରାଯିବ। ବିଜେପୁର ଉପନିର୍ବାଚନରେ ସରକାର ବିରୋଧୀ ଶୋଭାଯାତ୍ରା କରାଯିବ।”
ସୂଚନାଯୋଗ୍ୟ, ଆଜି ରାଜଧାନୀରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ବିରାଟ ସମାବେଶ ଅନୁଷ୍ଠିତ ହେଉଛି। ଅନୁଦାନ ପାଇଁ ବାଧ୍ୟତାମୂଳକ ସତ୍ୟପାଠ ଦାଖଲ ନେଇ ସରକାରଙ୍କ ନିୟମର ତୀବ୍ର ପ୍ରତିବାଦ କରିଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। କୌଣସି ପରିସ୍ଥିତିରେ ବି ସରକାରଙ୍କ ଏହି ନିର୍ଦ୍ଦେଶାନାମାକୁ ଗ୍ରହଣ କରାଯିବ ନାହିଁ ବୋଲି ମଞ୍ଚ ରୋକଠୋକ୍ ଶୁଣାଇଛି। ଗତକାଲି ପୁରୀ ଗୁଣ୍ଡିଚା ମନ୍ଦିର ନିକଟରୁ ଶିକ୍ଷକମାନଙ୍କ ପଦଯାତ୍ରା ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ଆଜି ଭୁବନେଶ୍ୱର ନୂଆଗାଁରେ ପୁଣି ଶିକ୍ଷକମାନେ ଏକାଠି ହୋଇ ଲୋୟର ପିଏମ୍ଜି ସ୍ଥିତ ସମାବେଶ ସ୍ଥଳ ଅଭିମୁଖେ ଆସିଛନ୍ତି।