ଫିଲ୍ମଫେୟାର ଆୱାର୍ଡ ୨୦୨୨; ଶେରଶାହ ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଅଭିନେତା ହେଲେ ରଣବୀର ସିଂ

ଅନୁଷ୍ଠିତ ହୋଇଯାଇଛି ଫିଲ୍ମଫେୟାର ଆୱାର୍ଡ ୨୦୨୨। ମୁମ୍ବାଇରେ ଅନୁଷ୍ଠିତ ଏହି ମେଗା ଇଭେଣ୍ଟରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଶେରଶାହ’କୁ ଶ୍ରେଷ୍ଠ ଫିଲ୍ମ ଭାବରେ ଚୟନ କରାଯାଇଛି। ବିଷ୍ଣୁବର୍ଧନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାରରେ ସମ୍ମାନୀତ କରାଯାଇଛି ।
ସେହିପରି ରଣବୀର ସିଂଙ୍କୁ ଫିଲ୍ମଫେୟାର ଆୱାର୍ଡ ୨୦୨୨ ରେ ଫିଲ୍ମ ୮୩ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ଏହି ଫିଲ୍ମରେ ରଣଭୀର ସିଂହ ତତ୍କାଳୀନ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ଭାରତୀୟ କ୍ରିକେଟ୍ ଟିମ୍ ଜିତିଥିବା ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ର ସମ୍ପୂର୍ଣ୍ଣ କାହାଣୀ ବର୍ଣ୍ଣନା କରିଥିଲେ।
ଅନ୍ୟପକ୍ଷରେ, ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ବିଷୟରେ କହିବାକୁ ଗଲେ, କ୍ରିତି ସାନନ୍ ଫିଲ୍ମ ‘ମିମି’ ପାଇଁ ବାଜି ମାରି ନେଇଛନ୍ତି। ଏହି ଫିଲ୍ମରେ କ୍ରିତି ଜଣେ ସରୋଗେଟ୍ ମଦର ଭୂମିକାରେ ଅଭିନୟ କରିଥିଲେ। ଯିଏକି ଜଣେ ବିଦେଶୀ ଦମ୍ପତିଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ ।