ସ୍ମାର୍ଟ ସିଟି ଦୌଡ଼ ରେ ପ୍ରଥମ ସ୍ଥାନ ଅକ୍ତିଆର କରିବା ପାଇଁ ଚେଷ୍ଟା ଚଳାଇ ଆସୁଥିବା ବଡୀମା ଦେଖାଉଥିବା ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଅସଲ ଚେହେରା ସମସ୍ତ ଙ୍କ ସାମ୍ନାକୁ ଆସିଯାଇଛି। ରାଜଧାନୀର ବ୍ୟସ୍ତବହୁଳ ରାସ୍ତା ପାୱାର ଛକ ରେ ଆଜି ହଠାତ ରାସ୍ତା ଦାବିଯିବାରୁ ଏକ ଘରୋଇ ଇଂଜିନିୟରିଂ କଲେଜ ବସ ଚକ ସେଠାରେ ଫସି ଯାଇଥିଲା । ସେ ବସ ରେ ଥିବା ୫୦ ଜଣ ଛାତ୍ରଛାତ୍ରୀ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତି ଯାଇଛନ୍ତି । କେବଳ ପୋଷ୍ଟେର ଏବଂ ଏସ ଏମ ଏସ ମାଧ୍ୟମରେ ସ୍ମାର୍ଟ ସିଟି ପ୍ରଚାର ପ୍ରସାର କରିଆସୁଥିବା ବି ଏମ ସି ନଜର ରେ ଏସବୁ ଘଟଣା କେବେ ଆସିବ ଏବଂ ପ୍ରକୃତ ସ୍ମାର୍ଟ ସିଟି ଗଢିବା ପାଇଁ ପାୟସ କରିବେ ତାହା ଆଜି ଜନସାଧାରଣ ରେ ଚର୍ଚ୍ଚା ହେଉଛି।