ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍‌ଧ ମାଟ୍ରିକ ଆଡମିଟ୍‌କାର୍ଡ଼

0

(ଓଡିଶା ଫାଷ୍ଟ) ବ୍ୟୁରୋ : ମାଟ୍ରିକ୍‌ ପରୀକ୍ଷା ପାଇଁ ଆଡ୍‌ମିଟ୍‌ କାର୍ଡ଼ ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍‌ସାଇଟ୍‌ରେ ଉପଲବ୍‌ଧ ହେଉଛି। ବୋଡ୍‌ର www.bseodisha.ac.in ରେ କ୍ଲିକ୍‌ କରି ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜ ପିଲାଙ୍କ ପାଇଁ ଆଡ୍‌ମିଡଟ୍‌ କାର୍ଡ଼ ଡାଉନ୍‌ଲୋଡ କରିପାରିବେ। ଆଡ୍‌ମିଟ କାର୍ଡର ହାର୍ଡ କପି ଆସନ୍ତା ୧୭ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଗୁଡିକରେ ପହଞ୍ଚାଇ ଦିଆଯିବ।

ମାଟ୍ରିକ ପରୀକ୍ଷା ପାଇଁ ଚଳିତ ବର୍ଷ ସମଗ୍ର ରାଜ୍ୟରେ ୩୦୨ଟି ନୋଡାଲ ସେଣ୍ଟର ଖୋଲା ଯାଇଛି। ସେଥି ମଧ୍ୟରୁ ୨୩ ଟି ବିଭିନ୍ନ ପୋଲିସ ଷ୍ଟେସନରେ କରାଯାଇଛି। କନ୍ଧମାଳ ଜିଲ୍ଲାରେ ୭ ଟି, କୋରାପୁଟରେ ୩ଟି, ମାଲକାନାଗିରିରେ ୧୦ଟି ଓ ରାୟଗଡାର ୩ଟି ପୋଲିସ ଷ୍ଟେସନକୁ ନୋଡାଲ ସେଣ୍ଟର କରାଯାଇଛି ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି କହିଛନ୍ତି।

Sikshaya
Leave A Reply

Your email address will not be published.