ମହିଳା କମିଶନଙ୍କୁ ଚୁଡି ଦେଖାଇଲା ବିଜେପି ମହିଳା ମୋର୍ଚ୍ଚା

0

(ଓଡିଶା ଫାଷ୍ଟ) ବ୍ୟୁରୋ: କୁନ୍ଦୁଲି ପୀଡିତାଙ୍କ ମୃତ୍ୟୁ ପ୍ରସଙ୍ଗରେ ମହିଳା କମିଶନଙ୍କ ନିରବତାକୁ ନେଇ ତାତିଛି ବିଜେପି ମହିଳା ମୋର୍ଚ୍ଚା । କୁନ୍ଦୁଲି ଘଟଣାର ତଦନ୍ତ ରିପୋର୍ଟ ଦାବି କରି ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଧଶେଇ ପଶିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ । ଅଫିସ ଭିତରେ ଭଙ୍ଗାରୁଜା କରିଛନ୍ତି । ଏଥିସହ ଦୁଆର ମୁହଁରେ ଚୁଡି ହାର କରି ଟାଙ୍ଗିଛନ୍ତି । ଏନେଇ ବିଜେପି କହିଛି କୁନ୍ଦୁଲି ଘଟଣାକୁ ୪ ମାସ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତ ଧରା ପଡିନାହାନ୍ତି । ଏପରିକି ମହିଳା କମିଶନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗାଦି ବଞ୍ଚାଇବାରେ ସହାୟତା କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । ତେବେ ବିଜେଡି କହିଛି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବଢୁଥିବା ଦେଖି ବିଜେପି ଜଳୁଛି ।

Leave A Reply

Your email address will not be published.