ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ଅପପ୍ରଚାର ବିରୋଧରେ ସଂଗ୍ରାମ କରନ୍ତୁ, ସତକୁ ଲୋକଙ୍କ ସାମ୍ନାକୁ ଆଣନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। କିଛି ଦିନ ତଳେ ଆମ ଯୁବ ଶାଖାର କାର୍ଯ୍ୟନିର୍ବାହୀ କମିଟି ବୈଠକ ହୋଇଥିଲା। ସେଥିରେ ମୁଁ ଆମର ସ୍ୱତନ୍ତ୍ର ପରିଚୟ ଉପରେ କହିଥିଲି । ଓଡିଆ ଜାତିର ଗର୍ବ ଓ ଗୌରବ ଉପରେ କହିଥିଲି। ଓଡିଆ ଜାତି ଏକ ମହାନ ଜାତି । ଏ ଜାତି ଦିନେ ଗଙ୍ଗାଠାରୁ ଗୋଦାବରୀ ଜୟ କରିଥିଲା। ଖାରବେଳ ଓ କପିଳେନ୍ଦ୍ର ଦେବଙ୍କ ପରି ମହାନ ସମ୍ରାଟମାନଙ୍କ ରାଜ୍ୟ ହେଉଛି ଆମ ଓଡିଶା। ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ ଯେଉଁଥିରେ ନିଜେ ମହାପ୍ରଭୁ ସାମିଲ ହୋଇଥିଲେ, ଆଜି ମଧ୍ୟ ଆମର ଯୁବ ସମାଜ ମଧ୍ୟରେ ଶକ୍ତି ସଞ୍ଚାର କରୁଛି। ଆମର ବୀର ପାଇକମାନଙ୍କର ସାହସ ଓ ରଣନୀତି ବହୁଦିନ ଧରି ଓଡିଶାକୁ ଅଜୟ କରି ରଖିଥିଲା । ସେବାର ଅବତାର ଉତ୍କଳମଣି ଗୋପବନ୍ଧୁ, ଆମ ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁବାବୁ, ସଂଗ୍ରାମର ପ୍ରତୀକ ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏ – ଓଡିଶାର ଏହି ବରପୁତ୍ରମାନେ ହେଉଛନ୍ତି ଆମ ଆଦର୍ଶ ବୋଲି ଆଜି ବିଜୁ ଛାତ୍ର ଜନତାର State Executive Committee Meeting ରେ ମୁଖ୍ୟମନ୍ତ୍ରୀ ଛାତ୍ରମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ଫକୀର ମୋହନଙ୍କ ସାହିତ୍ୟ ଓଡିଆ ଭାଷାର ମହିମାକୁ ବୃଦ୍ଧି କରିଛି । ମା’ ରମାଦେବୀ, ମାଳତୀ ଚୌଧୁରୀ ଓ ପାର୍ବତୀ ଗିରିଙ୍କ ତ୍ୟାଗ ଓ ସଂଗ୍ରାମ ଓଡିଶାର ନାରୀ ଜାତିକୁ ମହିମା ମଣ୍ଡିତ କରିଛି। ମାନବ ଜାତି ପାଇଁ ସନ୍ଥ ଭୀମଭୋଇଙ୍କ ବାର୍ତ୍ତା ସାରା ବିଶ୍ୱକୁ ମୋହିତ କରିଛି । ଛୋଟ ପିଲା ହେଲେ ମଧ୍ୟ ସଂଗ୍ରାମୀ ବାଜି ରାଉତଙ୍କ ସାହସ ଓ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ସେହିପରି ବିଜୁ ବାବୁଙ୍କ ଓଡିଆ ଜାତି ପ୍ରୀତି ତାଙ୍କୁ ଅମର କରି ରଖିଛି । ଏହି ବରପୁତ୍ରମାନେ ସେମାନଙ୍କ କାର୍ଯ୍ୟ ଦ୍ୱାରା ଓଡିଆ ଜାତିର ଗୌରବ ବୃଦ୍ଧି କରିଛନ୍ତି । ସେମାନେ ହିଁ ଆମର ଶ୍ରେଷ୍ଠ ପରିଚୟ । ତେଣୁ ଆପଣମାନେ ସେମାନଙ୍କ ବିଷୟରେ ଭଲ ଭାବରେ ଜାଣିବା ଦରକାର। ଓଡିଆ ଜାତି ପାଇଁ, ଓଡିଆ ଭାଷା ପାଇଁ, ଓଡିଆ ସଂସ୍କୃତି ପାଇଁ ସେମାନେ କରିଯାଇଥିବା ମହାନ କାର୍ଯ୍ୟ ହିଁ ଆମର ପ୍ରେରଣା । ସେମାନଙ୍କୁ ଚିହ୍ନିଲେ ହିଁ ଆମେ ଆଗକୁ ବଢିବା । ଆମ ଭାଷା, ସଂସ୍କୃତି ଓ ପରିଚୟର ସୁରକ୍ଷା କରିପାରିବା। ତେଣୁ ଆପଣମାନେ ସ୍ୱତନ୍ତ୍ର ପରିଚୟ ବିଷୟରେ ଭଲ ଭାବରେ ଜାଣନ୍ତୁ ଏବଂ ପିଢି ପରେ ପିଢି ଏହାର ପ୍ରଚାର କରନ୍ତୁ।
ଆପଣମାନେ ହେଉଛନ୍ତି ଏ ଜାତିର ଭବିଷ୍ୟତ । ଆପଣମାନେ ହିଁ ଓଡିଆ ଗୌରବକୁ ଆଗକୁ ନେଇପାରିବେ।
ଆପଣମାନେ ସବୁବେଳେ ତିନୋଟି କଥା ଉପରେ ଗୁରୁତ୍ୱ ଦିଅନ୍ତୁ ।
୧ – ଆପଣଙ୍କ ଭିତରେ ଥିବା ପ୍ରତିଭା (Potential) ର ପୂରା ବିକାଶ ପାଇଁ କଠିନ ପରିଶ୍ରମ କରନ୍ତୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ।
ନଂ. ୨ – ନିଜ ପରିବାର ଓ ବାପା ମା’ଙ୍କ ପ୍ରତି ଥିବା ଆପଣଙ୍କ ଦାୟିତ୍ୱକୁ କେବେ ବି ଭୁଲନ୍ତୁ ନାହିଁ।
ନଂ. ୩ ହେଉଛି ଆମ ସମାଜ । ଆମେ ଯେଉଁଠାରେ ବଢିଛେ, ପଢିଛେ ଓ ନିଜକୁ ଗଢିଛେ; ତାର ବିକାଶ ପାଇଁ ନିଜ Potential ର ପୁରା ଉପଯୋ କରନ୍ତୁ। ଆପଣମାନେହିଁ ଓଡିଶାର Transformation ର ସାରଥୀ।

bjd
Sikshaya
ruchi

Leave A Reply

Your email address will not be published.