ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ଅବସରରେ ବୁଧବାର ଏକାମ୍ର କ୍ଷେତ୍ର ଜନସମୁଦ୍ରରେ ପରିପୂର୍ଣ୍ଣ ହୋଇଯାଇଥିଲା। ଲକ୍ଷାଧିକ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ପ୍ରଭୁଙ୍କ ନୀତିରେ ବିଳମ୍ବ ହେବାରୁ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଦୁଇଘଣ୍ଟା ୩୨ମିନିଟ ବିଳମ୍ବରେ ଉଠିଲା ମହାଦୀପ।
ଗତ କଲି ଏକାମ୍ର କ୍ଷେତ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହିବାକୁ ପଡ଼ିଥିଲା। ଶାନ୍ତିଶୃଙ୍ଖଳା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।