ଲାଞ୍ଚ ନେଇ ଅମିନ ଗିରଫ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଭୁବନେଶ୍ୱର ର ତହସିଲ ଅଫିସ ଅମିନ ମନସ୍ୱନି ଖଡ଼ିରତ୍ନ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି। ୧୮୦୦ ଟଙ୍କା ଲାଞ୍ଚ ନେବାବେଳେ ଭୁବନେଶ୍ୱର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏକ ଜମି ମାପଚୁପ କରିବାକୁ ସେ ପ୍ରଫୁଲ୍ଲ ବରାଳଙ୍କ ଠାରୁ ଲାଞ୍ଚ ନେଉଥିଲେ।
କିଛି ଦିନ ତଳେ ପ୍ରଫୁଲ ନିଜ ଜମି ଚିହ୍ନଟ କରିବାକୁ ତହସିଲ ଅଫିସରେ ଆବେଦନ କରିଥିଲେ। ଅଫିସରୁ ଜମି ମାପ ଲାଗି ମନସ୍ୱନିଙ୍କୁ ନିର୍ଦେଶ ଦେଇଥିଲେ। ହେଲେ ସେ ସମୟ ଗଡ଼ାଇ ଚାଲିଥିଲେ। ବାରମ୍ବାର ଅନୁରୋଧ କରିବାରୁ ସେ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମାତ୍ର ସେ ୧୮୦୦ ଟଙ୍କା ଦେବାକୁ କହିଥିଲେ। ହେଲେ ଏ ନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରି ଗିରଫ କରିଥିଲା। ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଉଛି।

Leave A Reply

Your email address will not be published.