ସରିଲା ବିଧାନସଭା ବଜେଟ ଅଧିବେଶନ

0

ସରିଲା ବିଧାନସଭା ବଜେଟ ଅଧିବେଶନ। ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ବଜେଟ୍‌ ଅଧିବେଶନ ଶେଷ ହୋଇଛି। ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନଥିଲା। ଫଳରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଗୃହରେ ୨୧ଟି କାର୍ଯ୍ୟ ଦିବସ, ୧୧ଟି ମୁଲତବୀ ନୋଟିସ୍‌ ଉପରେ ଆଲୋଚନା ହୋଇଛି।

ସେହିପରି ୮ଟି ବିଧେୟକ ଭିତରୁ ୭ଟି ବିଧେୟକ ପାରିତ ହୋଇଛି। ଏହାସହ ଅଧିବେଶନରେ ୨୧ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିବା ସୂଚନା ମିଳିଛି। ମାର୍ଚ୍ଚ ୨୫ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା।

SOA post below
Leave a comment