୨୦ଟି ସିଲିଣ୍ଡର ଫାଟି ୬୬ ଝୁମ୍ପୁଡି ଛାରଖାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସାମର ଗୁଆହାଟୀ ସହରରେ ଥିବା ଜାଲୁକ୍ବାଡି ଅଞ୍ଚଳରେ ଶନିବାର ରାତିରେ ୨୦ଟି ଗ୍ୟାସ ସିଲିଣ୍ଡର ପଛକୁ ପଛ ବିସ୍ଫୋରଣରେ ଫାଟିବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ସେଠାରେ ଥିବା ୬୬ଟି ଝୁମ୍ପୁଡି ପୋଡି ଛାରଖାର ହୋଇଯାଇଛି। ପ୍ରଥମେ ଗୋଟିଏ ଝୁମ୍ପୁଡିରେ କୌଣସି କାରଣରୁ ନିଆଁ ଲାଗିବାପରେ ଏହା ତୁରନ୍ତ ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଥିଲା। ନିକଟରେ ଗୋଟିଏ ଘରେ ଗଚ୍ଛିତ ଥିବା ୨୦ଟି ଏଲପିଜି ସିଲିଣ୍ଡର ମଧ୍ୟ ଏଥିରୁ ବାଦପଡିନଥିଲା। ଗୋଟିଏ ପରେ ଗୋଟିଏ ସିଲିଣ୍ଡର ଫାଟିବା ଫଳରେ ନିଆଁ ଚତୁର୍ଦ୍ଦିଗକୁ ବ୍ୟାପିଥିଲା। ୧୪ଟି ଦମକଳ ଦୀର୍ଘ ତିନିଘଣ୍ଟା ପରିଶ୍ରମ କରିବାପରେ ନିଆଁକୁ ଆୟତ୍ତ କରିପାରିଥିଲେ।

Leave A Reply

Your email address will not be published.