ସାରା ଦେଶରେ ୨୧ ଦିନିଆ ଲକଡାଉନ ସମ୍ଭାବନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ସାଙ୍ଘାତିକ ହେଉଛି କରୋନାର ମୋଡ଼ । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ମୃତକଙ୍କ ସଂଖ୍ୟାରେ ଲଗାମ ରହୁନି । କରୋନାର ଏହି ଚେନ୍ ଭାଙ୍ଗିବା ପାଇଁ ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି। ତେବେ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ସାରା ଦେଶରେ ୨୧ ଦିନିଆ ଲକଡାଉନ ଲାଗିପାରେ। ଏଥିପାଇଁ ସେନା ଏବଂ ଅର୍ଦ୍ଧସାମରିକ ବାହିନୀକୁ ଆଲର୍ଟ କରାଯାଇଛି।

ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ହଇଚଇ ସୃଷ୍ଟି କରିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସାରା ଦେଶରେ ଟିକାକରଣ ଅଭିଯାନ ଚାଲିଛି। ବିଭିନ୍ନ ରାଜ୍ୟ ଲକଡାଉନ୍ କିମ୍ବା କର୍ଫ୍ୟୁ ଭଳି କଟକଣା ଲାଗୁ କରିଛନ୍ତି। ସେପଟେ ମେଡିକାଲ ଗୁଡିକରେ ବେଡ୍ ସମସ୍ୟା, ଅକ୍ସିଜେନ୍ ସମସ୍ୟା, ଔଷଧ ସମସ୍ୟା ମେରୁଦଣ୍ଡ ଭାଙ୍ଗି ଦେଲା ଭଳି ମନେ ହେଉଛି ।

Leave A Reply

Your email address will not be published.