ମେଡିକାଲ କଲେଜ ନାଁ ରେ ୧୦ କୋଟି ଠକେଇ, ତାମିଲନାଡୁରୁ ଅଭିଯୁକ୍ତ କୁ ଗିରଫ କଲା କ୍ରାଇମବ୍ରାଞ୍ଚ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେଡିକାଲ କଲେଜ ନାଁ ରେ ୧୦ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ତାମିନାଡୁ କନ୍ୟାକୁମାରୀର ଜନସେନ ରାଜା (୫୪) । ସେ ସେଲବମ ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ର ମ୍ୟାନଜିଂ ଟ୍ରଷ୍ଟି ଅଛନ୍ତି । ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ସେଲବମ ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ କଳାହାଣ୍ଡି ସ୍ଥିତ ସର୍ଦାରରାଜ ମେଡିକାଲ କଲେଜରେ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ନିମନ୍ତେ ଚୁକ୍ତି ସ୍ଵାକ୍ଷର କରିଥିଲା । ଏଥିପାଇଁ ସେ ୧୦ କୋଟି ଟଙ୍କା ଓ ଜମି ନେଇଥିଲେ । ପରବର୍ତ୍ତୀ ସମୟରେ ସେ ଚୁକ୍ତି ଖିଲାପ କରିଥିଲେ । ବାରମ୍ବାର ନୋଟିସ ପରେ ସେ ଯୁକ୍ତି ଅନୁଯାୟୀ କାମ କରିନଥିଲେ । ଏପରିକି ତାଙ୍କର କୌଣସି ଖୋଜ ଖବର ମିଳିନଥିଲା । ଏନେଇ କଲେଜ କତ୍ତୃପକ୍ଷ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । କ୍ରାଇମବ୍ରାଞ୍ଚ ର ଅର୍ଥନୈତିକ ଅପରାଧ ଶାଖା ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତକୁ ତାମିଲନାଡୁରୁ ଗିରଫ କରିଥିଲା ।

Sikshaya
Leave A Reply

Your email address will not be published.