ରାଜ୍ୟରେ ଆଉ ୧୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନାରେ ଆଜି ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧିପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।


୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ରାୟଗଡା ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ୨ ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ରହିଛନ୍ତି ।

Leave A Reply

Your email address will not be published.