ତୁଷାର ଝଡ଼ରେ ୧୦ ପର୍ବତାରୋହୀ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇରାନର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ଧରି ପ୍ରବଳ ତୁଷାରପାତ ଓ ସାମୁଦ୍ରିକ ଝଡ ଲାଗିରହିଛି। ରାଜଧାନୀ ତେହେରାନର ଉତ୍ତର ଦିଗରେ ଅବସ୍ଥିତ ଏକ ପର୍ବତକୁ ଆରୋହଣକାରୀ ଦଳ ପ୍ରବଳ ତୁଷାର ଝଡ଼ର ସମ୍ମୁଖୀନ ହେବାଫଳରେ ୧୦ ଜଣ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ଆଉ କେତେକ ପର୍ବତାରୋହୀ ନିଖୋଜ ଥିବା ଜଣାପଡିଛି। ଏହାବ୍ୟତୀତ ପାରସ୍ୟ ଉପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଯୋଗୁଁ ଗୋଟି ପଣ୍ୟବାହୀ ଜାହାଜ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହାର ୭ ଜଣ ନାବିକ ନିଖୋଜ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି।

Leave A Reply

Your email address will not be published.