ପୂର୍ଣ୍ଣାଙ୍ଗ ବଜେଟର ୧୦ ମୁଖ୍ୟାଂଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କ ଦ୍ୱତୀୟ ଇନିଂସର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ପୂର୍ଣ୍ଣାଙ୍ଗ ବଜେଟର ୧୦ ମୁଖ୍ୟାଂଶ:

୧. ଯେଉଁମାନଙ୍କ ଆୟ ୨ରୁ ୫ କୋଟି ଓ ୫ କୋଟିରୁ ଅଧିକ, ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ ଦେବାକୁ ଅର୍ଥମନ୍ତ୍ରୀ ସୀତାରମଣ ଆହ୍ୱାନ କରିଛନ୍ତି । ୨ରୁ ୫ କୋଟି ଆୟ ଯାଏ ଟିକସ ସହ ୩% ସରଚାର୍ଜ ଓ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ଟିକସ ସହ ୭% ସରଚାର୍ଜ ଦେବେ ।

୨. ଯେଉଁ କମ୍ପାନୀ ମାନଙ୍କର ବାର୍ଷିକ ଆୟ ୪୦୦ କୋଟି ଟଙ୍କା ସେମାନେ ୨୫% କର୍ପୋରେଟ୍‌ ଟିକସ ସ୍ଲାବରେ ସାମିଲ ହେବେ ।

୩.ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ୧୦%ରୁ ୧୨.୫% ଉତ୍ପାଦ ଶୁଳ୍କ ବୃଦ୍ଧି ।

୪. ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଓ ୨୦୨୪ ସୁଦ୍ଧା ସମସ୍ତଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ ।

୫. ୪୫ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ୩.୫୦ ଲକ୍ଷ ଟଙ୍କା ଛାଡ଼ କରାଯିବାକୁ ନିଷ୍ପତ୍ତି । ଫଳରେ ସମସ୍ତଙ୍କୁ ଶସ୍ତା ଦରରେ ସରକାର ଗୃହ ଯୋଗାଇ ପାରିବେ ।

୬. ବ୍ୟାଟେରୀ ଓ ବିଦ୍ୟୁତ ଚାଳିତ ଯାନ ଉପରେ ୫% ଜିଏସ୍‌ଟି ଲାଗୁ ହେବ ଯାହାକି ପୂର୍ବରୁ ୧୨% ଥିଲା ।

୭. ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୧ ଟଙ୍କା ସେସ୍‌ ବୃଦ୍ଧି ।

୮. ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା ନୂଆ ରୂପରେ ପ୍ରଚଳନ କରାଯିବ ।

୯. ୬୦ ବର୍ଷ ହେବା ପରେ ଛୋଟ ଓ ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ

୧୦. ଗାନ୍ଧିବାଦର ପ୍ରଚାର ଓ ପ୍ରସାର ପାଇଁ ଆରମ୍ଭ ହେବ ଗାନ୍ଧି-ପେଡିଆ ।

Leave A Reply

Your email address will not be published.