୧୦ ଶତକଡା ପାଇଁ ୯୦ ଶତକଡା ଲୋକ ଅଡ଼ୁଆରେ ପଡ଼ୁଛନ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଛି । ହେଲେ ୧୦ପ୍ରତିଶତ ଲୋକ ଏହି ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି । ସେମାନଙ୍କ ପାଇଁ ୯୦ ପ୍ରତିଶତ ଲୋକଙ୍କ ପ୍ରତି ବିପଦର ଆଶଙ୍କା ରହିଛି । ତେଣୁ ସେହି ୧୦ପ୍ରତିଶତ ଲୋକଙ୍କୁ ସାବାଡ୍ କରିବାକୁ ପଡ଼ିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ।

ସୂଚନାଯୋଗ୍ୟ, ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି ଯେ, କରୋନା ସଂକ୍ରମିତ ରୋଗୀ ନିଜର ସ୍ୱାସ୍ଥ୍ୟ ସେବା ପାଇଁ ଟଙ୍କା କଥା ଚିନ୍ତା କରନ୍ତୁ ନାହିଁ । ଭଗବାନ ନକରନ୍ତୁ କେହି ଏଥିରେ ସଂକ୍ରମିତ ହୁଅନ୍ତୁ । ରାଜ୍ୟ ସରକାର ଏଥିପାଇଁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ କରି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । କରୋନା ସଂକ୍ରମିତଙ୍କ ରହିବା, ଖାଇବା ଓ ଚିକିତ୍ସା ଆଦି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

Leave A Reply

Your email address will not be published.