ଦୁର୍ଘଟଣାରେ ୧୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆପଡାରେ ବୋଲେରୋ ଓ ଟ୍ରକ ଦୁର୍ଘଟଣାରେ ୧୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ୪ ଜଣ ମହିଳା ରହିଛନ୍ତି ।

ସୂଚନା ଅନୁଯାୟୀ, ଛତିଶଗଡର ପିଠୋରା ଅଞ୍ଚଳର କିଛି ତୀର୍ଥଯାତ୍ରୀ ନୂଆପଡ଼ା ଜିଲ୍ଲା କୋମନାକୁ ବୈଷ୍ଣୋଦେବୀ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ । ସେମାନେ ମା’ ଙ୍କ ଦର୍ଶନ ସାରି ଫେରୁଥିବା ସମୟରେ ସିଲଦା ନିକଟରେ ଏକ ଟ୍ରକ ସାମ୍ନା ପଟୁ ବୋଲେରୋ କୁ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା କି ଘଟଣାସ୍ଥଳରେ ହିଁ ବୋଲେରୋରେ ଥିବା ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ।

Leave A Reply

Your email address will not be published.