୧୦ ହଜାର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଗୃହ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ବିଶାଳ ଜନ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଗୃହ ବଣ୍ଟନ କରିଛନ୍ତି ।

ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ବସବାସ କରୁଥିବା ୧୦,୦୦୦ ବସ୍ତିବାସିନ୍ଦାଙ୍କୁ ଆବାସ ମିଶନ ଯୋଜନାରେ ମୁଖ୍ୟମନ୍ତ୍ରୀ ଆବାସ ଗୃହ ବଣ୍ଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଭାକୁ ଉଦ୍‌ବୋଧନ ଦେଇ କହିଛନ୍ତି, ରାଜ୍ୟ ସରକାର ସବୁବେଳେ ମହିଳା ଓ ଚାଷୀଙ୍କ ସହିତ ଅଛନ୍ତି । ରାଜ୍ୟବାସୀଙ୍କ କଲ୍ୟାଣକୁ ସବୁବେଳେ ପ୍ରାଥମିକତା ଦିଆଯାଇଛି । ଏଥିସହ ଗତ ସାଧାରଣ ନିର୍ବାଚନ ବେଳେ ପ୍ରସ୍ତୁତ ହୋଇଥିବା ଇସ୍ତାହାର ମୁତାବକ ସମସ୍ତ ପ୍ରତିଶ୍ରୁତି ପାଳନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ସଦସ୍ୟାମାନଙ୍କୁ ପ୍ରଶଂସା କରିଥିଲେ। ସେମାନଙ୍କ ଯୋଗୁ ଓଡ଼ିଶା ଗର୍ବିତ ଓ ମହିଳା ଓ ଚାଷୀଙ୍କ ଉନ୍ନତି ବିନା ରାଜ୍ୟର ଉନ୍ନତି ସମ୍ଭବ ନୁହେଁ । ପୂର୍ବରୁ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧ ପ୍ରତିଶତ ସୁଧରେ ଋଣ ଦିଆଯାଉଥିବା ବେଳେ ଏବେ ଏହା ୦ ପ୍ରତିଶତରେ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.