ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୀତ ଯୋଗୁଁ ଏଲଏସି ନିକଟରୁ ଚୀନ୍ ୧୦ ହଜାର ସୈନ୍ୟ ହଟାଇ ଦେଇଛି। ଭାରତୀୟ ସୀମା ଠାରୁ ୨୦୦ କିଲୋମିଟର ପରିମିତ ଅଞ୍ଚଳରୁ ଚୀନ୍ ସୈନ୍ୟ ହଟିଯାଇଛନ୍ତି। ଲଦାଖରେ ଏବେ ତାପମାତ୍ରା ଶୂନ୍ୟଡିଗ୍ରୀରୁ ଆହୁରି ତଳକୁ ଖସିଯାଇଛି। ତେବେ ଆଗୁଆ ଅଞ୍ଚଳରେ ଚୀନ୍ ସୈନ୍ୟ ପୂର୍ବପରି ମୁତୟନ ରହିଛନ୍ତି। କେବଳ ସେତିକି ନୁହେଁ ସେହି ସେକ୍ଟରରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି।
ସୂତ୍ରରୁ ପ୍ରକାଶ ଯେ, ପୂର୍ବ ଲଦାଖ ସେକ୍ଟରର ବିପରୀତ ଅଞ୍ଚଳରେ ଚୀନ୍ ସୈନ୍ୟଙ୍କୁ ପାରମ୍ପରିକ ଭାବେ ତାଲିମ୍ ଦିଆଯାଉଥିଲା ବେଳେ ସେହି ସ୍ଥାନ ଏବେ ଖାଲିପଡିଛି। ଚୀନର
ପ୍ରାୟ ୧୫୦ କିଲୋମିଟର ଅଞ୍ଚଳରେ ତାଲିମ ଦିଆଯାଇଥାଏ। କିନ୍ତୁ ଚୀନ୍ ସେନା ପକ୍ଷରୁ ଭାରତୀୟ ସୀମା ନିକଟରେ ଠୁଳ କରାଯାଇଥିବା ବିପୁଳ ଯୁଦ୍ଧାସ୍ତ୍ର ସେହି ଅଞ୍ଚଳରେ ପୂର୍ବପରି ମହଜୁଦ୍ ରହିଛି। ଉଲ୍ଲେଖଯୋଗ୍ୟ ଗତବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ଭାରତ ଓ ଚୀନ୍ ମଧ୍ୟରେ ସୀମାକୁ ନେଇ ବିବାଦ ଆରମ୍ଭ ହେବା ପରିପ୍ରେକ୍ଷୀରେ ଚୀନ୍ ଏହି ସୀମାରେ ୫୦ ହଜାର ସୈନ୍ୟ ମୁତୟନ କରିଥିଲା। ସେବେ ଠାରୁ ଲଦାଖରେ ଏଲଏସି ନିକଟରେ ଚୀନ୍ ସୈନ୍ୟ ମୁତୟନ ଥିଲେ। ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢେଇ କରୁଥିଲା ବେଳେ ଠିକ୍ ସେହି ସମୟରେ ଚୀନର ସୈନ୍ୟମାନଙ୍କୁ ଲଦାଖର ପାହାଡି ଅଞ୍ଚଳରେ ମୁତୟନ କରାଯାଇଥିଲା।

Next Post