ପୋଷ୍ଟମ୍ୟାନ ବାଣ୍ଟିଲେ କରୋନା, ୧୦୨ ସଂକ୍ରମିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ତେଲେଙ୍ଗାନାର ୱାନାପାର୍ଥୀ ଜିଲ୍ଲାରେ ଜଣେ ପୋଷ୍ଟମ୍ୟାନଙ୍କ ଯୋଗୁ ୧୦୨ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ପୋଷ୍ଟମ୍ୟାନ ଜଣକ ଚିନ୍ନମବାୱୀ ଅଞ୍ଚଳରେ ସରକାରୀ ଭତ୍ତା ଟଙ୍କା ବାଣ୍ଟିବାକୁ ନିୟୋଜିତ ଥିଲେ। ପରେ ସେ କୋରାନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। କିନ୍ତୁ ସେ ଘରକୁ ଘର ବୁଲି ଯେଉଁମାନଙ୍କୁ ଟଙ୍କା ଦେଇଥିଲେ ସମସ୍ତେ ପ୍ରାୟ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ୧୦୨ ଜଣ ବର୍ତ୍ତମାନ ସୁଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଯେଉଁ ଯେଉଁ ଅଞ୍ଚଳକୁ ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିଲେ ସେ ସବୁ ଅଞ୍ଚଳକୁ ସିଲ୍‌ କରାଯାଇଛି।
ସୂଚନାଯୋଗ୍ୟ, ୱାନାପାର୍ଥୀ ଜିଲ୍ଲାରେ ବୁଧବାର ୩୩୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ତେଲଙ୍ଗାନାରେ ବର୍ତ୍ତମାନ ସୁଦ୍ଧା ୧,୧୧,୬୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୮୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

Leave A Reply

Your email address will not be published.