ଦ୍ରୁତ ଗତିରେ ମାଡୁଛି କୋରୋନା ଭୂତାଣୁ, ୧୦୫ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତରେ ବଢିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏପର୍ଯ୍ୟନ୍ତ ୧୦୫ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରେ ୧୧ ଜଣ ରୋଗୀ ଠିକ୍‌ ହୋଇଥିବାବେଳେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି । ସବୁଠାରୁ ଅଧିକ କେସ୍‌ ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି । କିଛି ସହରରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି ।

ଏପଟେ ଏହି ମାରାତ୍ମକ ଭୂତାଣୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁରା ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଆଜି ଉପସାଗରୀୟ ଦେଶମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କୋରୋନାକୁ କିପରି ମୁକାବିଲା କରାଯିବ ସେନେଇ ଚର୍ଚ୍ଚା କରିବେ । କୋରୋନା ଭାଇରସ୍‌ ପୁରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଆମେରିକା ଏହି ଭୂତାଣୁର କବ୍ଜାରେ ଥିବାବେଳେ ସେହିପରି ୟୁରୋପର ପରିସ୍ଥିତି ବର୍ତ୍ତମାନ ଚୀନ୍‌ଠାରୁ ଅଧିକ ଖରାପ୍‌ ହେବାରେ ଲାଗିଛି । ଏପଟେ ଇରାନ୍‌ରେ ଫସିଥିବା ୨୩୬ ଭାରତୀୟ ଶନିବାର ଦିନ ନିଜ ଦେଶକୁ ଫେରିଛନ୍ତିି ।

Leave A Reply

Your email address will not be published.