ବିଜେପିରେ ଯୋଗଦେବେ ପଶ୍ଚିମବଙ୍ଗର ୧୦୭ ବିଧାୟକ: ମୁକୁଲ ରୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପିରେ ଯୋଗଦେବେ ପଶ୍ଚିମବଙ୍ଗର ୧୦୭ ବିଧାୟକ । ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ଏଭଳି ଚଞ୍ଚଲ୍ୟକର ବିବୃତ୍ତି ରଖିଛନ୍ତି ପଶ୍ଚିମବଙ୍ଗ ବିଜେପି ନେତା ମୁକୁଲ ରୟ । ମୁକୁଲଙ୍କ କହିବା ମୁତାବକ, ପଶ୍ଚିମବଙ୍ଗର ୩ଟି ପ୍ରମୁଖ ଦଳ ଟିଏମ୍‌ସି, ସିପିଏମ୍‌ ଏବଂ କଂଗ୍ରେସର ୧୦୭ ବିଧାୟକ ବିଜେପିରେ ଯୋଗଦେବେ । ମାତ୍ର ଏହି ମିଶ୍ରଣ ପର୍ବ କେବେ ଅନୁଷ୍ଠିତ ହେବ ସେନେଇ ମୁକୁଲ କୌଣସି ସୂଚନା ଦେଇନାହାନ୍ତି ।

ସୂଚନା ଅନୁଯାୟୀ, ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁକୁଲ କହିଛନ୍ତି, ଟିଏମ୍‌ସି, ସିପିଏମ୍‌ ଏବଂ କଂଗ୍ରେସରୁ ୧୦୭ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି । ସେମାନେ ଖୁବଶୀଘ୍ର ବିଜେପିରେ ଯୋଗ ଦେବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

କର୍ଣ୍ଣାଟକର ରାଜନୀତିକ ଡ୍ରାମା ପଛରେ ବିଜେପିର ହାତଥିବା ଚର୍ଚ୍ଚା ହେଉଥିବା ବେଳେ ଗୋଆରେ ୧୦ ଜଣ କଂଗ୍ରେସ ବିଧାୟକ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇସାରିଛନ୍ତି । ତେଣୁ ବର୍ତ୍ତମାନ ବିଜେପି ପଶ୍ଚିମବଙ୍ଗଙ୍କୁ ଟାର୍ଗେଟ କରଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.