୧୦ମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟା୬ଟାରେ ଓଡ଼ିଶାର ଅଗ୍ରଣୀ ଇଭେଣ୍ଟ ପ୍ରତିଷ୍ଠାନ ହ୍ଵାଇଟ କାନଭାସ ଆନୁକୂଲ୍ୟରେ ତଥା ଓଫା ଫଉଣ୍ଡେସନ ସହଯୋଗରେ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଅଛି ୧୦ମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ-୧୯ । ଏହି ସମ୍ମାନଜନକ ଚଳଚିତ୍ର ପୁରସ୍କାର ଉତ୍ସବ ୨୦୧୦ ମସିହାରୁ ଆୟୋଜିତ ହୋଇଆସୁଛି । ଏହି ଉତ୍ସବ ପୂର୍ବ ଭାରତର ଅନ୍ୟତମ ଶ୍ରେଷ୍ଠ ତଥା ଲୋକପ୍ରିୟ ସମ୍ମାନ ଉତ୍ସବ ହେବ ସହ ଓଲିଉଡ ର ମଧ୍ୟ ସର୍ବବୃହତ ଚଳଚ୍ଚିତ୍ର ସମ୍ମାନ ସମାରୋହ ।

ସୂଚନା ଅନୁଯାୟୀ, ଦୀର୍ଘ ୯ ବର୍ଷ ଧରି ଏହା ଭୁବନେଶ୍ୱର ଓ କଟକରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଆସୁଛି । ଚଳିତ ୧୦ମ ସଂସ୍କରଣକୁ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯିବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି । ଏଥିରେ ୨୫ ଟି ଭିନ୍ନଭିନ୍ନ ବିଭାଗର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଜଣେ ବର୍ଷୀୟାନ କଳାକାରଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ । ଏତତ୍ ବ୍ୟତୀତ ଚଳଚିତ୍ର ସହ ସଂଶ୍ଲିଷ୍ଟ ସ୍ପଟବୟ, ମେକଅପ ମ୍ୟାନ ଆଦି ସ୍ୱତନ୍ତ୍ର ବିଭାଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ ।

ପୂର୍ବରୁ ଏହି କାର୍ଯ୍ୟକ୍ରମରେ ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ରବିନା ଟଣ୍ଡନ, ଉର୍ମିଳା ମାତୋଣ୍ଡକର, ଅଭିନେତା ରାଜପାଲ ଯାଦବ, ଜନି ଲିଭର ପ୍ରମୁଖ ଯୋଗ ଦେଇଥିବା ବେଳେ ଚଳିତବର୍ଷ ମଧ୍ୟ ଜଣେ ବଲିଉଡ କଳାକାର ଯୋଗଦେଇ ସମସ୍ତ ପ୍ରତିଭାମାନଙ୍କୁ ଉତ୍ସାହିତ କରିବେ । ବିଭିନ୍ନ ଓଲିଉଡର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଓଫ ର ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା, ଉପାଧ୍ୟକ୍ଷ ସ୍ମୃତିରଞ୍ଜନ ସାମନ୍ତରାୟ, ଆବାହକ ଡ. ମନୋଜ କୁମାର ଦାଶ, ନିର୍ଦେଶକ ଚିଣ୍ଟୁ ମିଶ୍ର, ସୌମ୍ୟାଜିତ ପରିଡା, ଅମୃତ ରଞ୍ଜନ ଦାଶ କହିଛନ୍ତି ।

Leave A Reply

Your email address will not be published.