ରାଜଧାନୀରୁ ଚିହ୍ନଟ ହେଲେ ଆଉ ୧୧୦ ଆକ୍ରାନ୍ତ, ୨୧୯ ସୁସ୍ଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ରାଜ୍ୟ ରାଜଧାନୀରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ଏକ ଶହ ପାର କରିଛି। ସୂଚନା ଅନୁସାରେ ଆଜି ଭୁବନେଶ୍ୱରରୁ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୧୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ଏହି ନୂଆ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ୩୩ ଜଣ ସଂଗରୋଧର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ପୁର ଓ ଓଲ୍ଡ ଟାଉନରୁ ୫ ଜଣ ଲେଖାଏଁ ଏବଂ ବଡଗଡ଼ ଓ ନୟାପଲ୍ଲୀ ଅଞ୍ଚଳରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ସେହିପରି ୭୭ ଜଣ ଲୋକାଲ କେସ ମଧ୍ୟରେ ବଡ଼ଗଡ଼ ଓ ପଟିଆ ଅଞ୍ଚଳରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଏବଂ ବମିଖାଲ, ନୟାପଲ୍ଲୀ, ମଞ୍ଚେଶ୍ୱର, ସହିଦ ନଗର ଓ ଶୈଳଶ୍ରୀ ବିହାର ଅଞ୍ଚଳରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.