ରାଜ୍ୟ ନିର୍ବାଚନ ଆୟୋଗ ବିରୋଧରେ କଂଗ୍ରେସର ଅଭିଯୋଗ: ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି ୧୨ ଲକ୍ଷ ଭୋଟର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ଜାନୁୟାରୀରେ ନିର୍ବାଚନ ଆୟୋଗ ପକ୍ଷରୁ ସଂଶୋଧିତ ଭୋଟର ତାଲିକାରେ ବହୁ ଯୋଗ୍ୟ ଭୋଟରଙ୍କ ନାମ ବାଦ୍‌ ପଡ଼ିଥିବା ଅଭିଯୋଗ କରିଛି କଂଗ୍ରେସ । ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ୍‌ର ବହୁ ସଂଖ୍ୟକ ଭୋଟରଙ୍କ ନାମ ଉକ୍ତ ତାଲିକାରେ ନଥିବା ବେଳେ ଓଡିଶାର ୧୨ଲକ୍ଷ ପରିବାରର ନାମ ପ୍ରକାଶ ପାଇନାହିଁ । କାହା ପ୍ରରୋଚନାରେ ଉକ୍ତ ପରିବାର ଠାରୁ ଭୋଟ ଦେବା କ୍ଷମତା ଛଡାଇ ନିଆଯାଇଛି ସେ ନେଇ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ ଉପରୋକ୍ତ ଅଭିଯୋଗ ଆଣିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଏହିସବୁ ଭୋଟରମାନଙ୍କୁ ଜାଣିସୁଣି ସଂଶୋଧିତ ଭୋଟର ତାଲିକରୁ ବାଦ ଦିଆଯାଇଛି । ରାଜନୈତିକ ଦଳକୁ ଫାଇଦା ଦେବା ପାଇଁ ନିର୍ବାଚନ କମିଶନ ଏଭଳି କରିଥିବା ସେ କହିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ବାଦ ପଡ଼ିଥିବା ପରିବାର ଓ ଭୋଟରଙ୍କୁ ସଂଶୋଧନ ତାଲିକାରେ ସାମିଲ କରିବାକୁ କଂଗ୍ରେସ ଦାବି କରିଛି ।

Comments are closed.