ହରେକୃଷ୍ଣ ମହତାବଙ୍କ ୧୨୧ ତମ ଜୟନ୍ତୀ ପାଳିତ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ):ଡ.ହରେକୃଷ୍ଣ ମହତାବଙ୍କ ୧୨୧ ତମ ଜୟନ୍ତୀ ଉତ୍ସବ ଶନିବାର ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ପାଳନ ଅବସରରେ କେଭିତି ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଭର୍ଚୁଆଲ ମାଧ୍ଯମରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଯୋଗ ଦେଇଥିବାବେଳେ ବାଚସ୍ପତି ଡ. ସୂଯ୍ୟ ନାରାୟଣ ପାତ୍ର, କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ବିଧାୟକ ତଥା ମହତାବ ଜୟନ୍ତୀ କମିଟି ସଭାପତି ସୁରେଶ କୁମାର ରାଉତରାୟ, ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପାଇକ ଆଖଡା ପ୍ରଦର୍ଶନ ଆକର୍ଷଣୀୟ ହୋଇଥିଲା ବକ୍ତାମାନେ ପୂଜ୍ଯ ପୂଜା ଉପରେ ଆଲୋକପାତ କରିବା ସହିତ ଡ ମହତାବଙ୍କ ଦୂର ଦୃଷ୍ଟି ଓ ଭୁବନେଶ୍ଵର କୁ ଓଡିଶା ର ରାଜଧାନୀ କରିବା ରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ହର ପ୍ରସାଦ ଦାସ ଙ୍କୁ ବାଚସ୍ପତି ଡ ସୂଯ୍ୟ ନାରାୟଣ ପାତ୍ର ଓ ଅନ୍ୟ ଅତିଥି ମାନେ ଡ ହରେକୃଷ୍ଣ ମହତାବ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରିଥିଲେ।

Leave A Reply

Your email address will not be published.