ଭୂସ୍ଖଳନ ଯୋଗୁ ୧୩ ମୃତ୍ୟୁ

0

ନେପାଳର ପଶ୍ଟିମରେ ଥିବା ଅଚ୍ଛାମ ଜିଲ୍ଲାରେ ଭୂସ୍ଖଳନ ଯୋଗୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ୧୦ ନିଖୋଜ ଥିବା ସୂଚନା ମିଳିଛି। ଆଚ୍ଛାମ ଜିଲ୍ଲୀର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଧା ନିଖୋଜ ଥିବା ୧୦ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଡେପୁଟି ଚିଫ୍ ଡିଷ୍ଟ୍ରିକ୍ଟ ଅଫିସର ଦୀପେଶ ରିଜାଲ ସୂଚନା ଦେଇ କହିଛନ୍ତି ‘ସୁଦୂର ନେପାଳର ପଶ୍ଚିମାଞ୍ଚଳରେ ଥିବା ଅଚ୍ଛାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ଅତି କମ୍‌ରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୦ ଜଣ ନିଖୋଜ ହୋଇଯାଇଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ‘

ହଠାତ୍ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ନେପାଳ ସରକାର। ଏନେଇ ନେପାଳ ଗୃହମନ୍ତ୍ରୀ ତୁରନ୍ତ ଘଟଣା ସ୍ଥଳରେ ହେଲିକପ୍ଟର ମୁତୟନ କରି ନିଖୋଜ ଲୋକଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି।

SOA post below
Leave a comment