୧୪ ଖଣ୍ଡ ହାତୀ ଦାନ୍ତ ଜବତ : ୩ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନବିଭାଗ ଦ୍ୱାରା ସୋମବାର ସନ୍ଧ୍ୟାରେ ୧୪ ଖଣ୍ଡ ଚୋରା ହାତୀ ଦାନ୍ତ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୩ ଜଣକୁ ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ କେନ୍ଦୁଝରରୁ ହରିଚନ୍ଦନପୁର ପିଟାପିଟି ଅଞ୍ଚଳକୁ ଏକ କାର ଯୋଗେ ଚୋରା ହାତୀଦାନ୍ତ ଚାଲାଣ ହେଉଥିବା ଆନନ୍ଦପୁର ବନବିଭାଗକୁ ଗୁଇନ୍ଦା ସୁତରୁ ସୂଚନା ମିଳିଥିଲା । ଏନେଇ ବନବିଭାଗ କର୍ମଚାରୀମାନେ ପିଟାପିଟି ଛକ ନିକଟରେ ଛକି ରହିଥିଲେ। ସଂପୃକ୍ତ କାର ଆସୁଥିବା ଜାଣିବାପରେ କାରର ପିଛାକରି ହରିଚନ୍ଦନପୁର ବାୟାଅପିଟାଠାରେ କାବୁ କରିଥିଲେ। ଯାଞ୍ଚବେଳେ କାରରୁ ୧୪ ଖଣ୍ଡ ହାତୀଦାନ୍ତ ଯାହାର ଓଜନ ପ୍ରାୟ ୧୯ କେଜି ହେବ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।ହାତୀଦାନ୍ତ ନେଇ ଯାଉଥିବା ୩ ଜଣକୁ ପୁଲିସ ଗିରଫ କରିଛି।

Leave A Reply

Your email address will not be published.