ରାଜ୍ୟରେ ପୁଣି ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁରୁବାର ରାଜ୍ୟରେ ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୭୯୦୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ୨୫୫ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୨୮ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୧୩୯, ବଲାଙ୍ଗିରରୁ ୧୦୦, ସମ୍ବଲପୁରରୁ ୯୫, କଟକରୁ ୭୧, ସୁନ୍ଦରଗଡ଼ରୁ ୫୭, ପୁରୀରୁ ୪୫, ଭଦ୍ରକରୁ ୪୪, ରାୟଗଡାରୁ ୪୨, ଢେଙ୍କାନାଳରୁ ୩୭, କନ୍ଧମାଳରୁ ୩୬, ମାଲକାନଗିରିରୁ ୩୩, କେନ୍ଦୁଝରରୁ ୩୦, କୋରାପୁଟରୁ ୨୯, ବୌଦ୍ଧରୁ ଓ ନୟାଗଡରୁ ୨୮ଜଣ ଲେଖାଏଁ, ଝାରସୁଗୁଡାରୁ ୨୧, ମୟୁରଭଞ୍ଜରୁ ୨୦, ସୋନପୁରରୁ ୧୯, ଜଗତସିଂହପୁରରୁ ୧୮, ବାଲେଶ୍ୱରରୁ ୧୩, ବରଗଡରୁ ୧୨, କଳାହାଣ୍ଡିରୁ ୧୦, କେନ୍ଦ୍ରାପଡାରୁ ୭, ଯାଜପୁରରୁ ୪ ଓ ନବରଙ୍ଗପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.