ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାରେ ମୃତ ସମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହୟତା ରାଶି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହା ଆଜି ପୂରଣ କରିଛନ୍ତି। କରୋନାରେ ପ୍ରାଣ ହରାଇଥିବା ଦୁଇ ଜଣ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ। ଏନେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

କରେନାରେ ମୃତ୍ୟୁବରଣ କରିଥିବା ଦୁଇ ଜଣ ସାମ୍ବାଦିକଙ୍କ ପରିବାରକୁ ଏହି ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇସାରିଛନ୍ତି । ସେଥିମଧ୍ୟରୁ ଜଣେ ହେଲେ ଗଞ୍ଜାମ ଜିଳ୍ଲାର ସାମଜ ଖବର କାଗଜ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ । ଅନ୍ୟ ଜଣେ ସାମ୍ବାଦିକ ହେଲେ କେ.ସିଏଚ ରତ୍‌ନମ୍‌ ଯିଏ ଗଜପତି ଜିଲ୍ଲାରେ ଇନାଡୁ (ନ୍ୟୁଜ୍‌ ଟୁଡେ) ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ ।
ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହେବା ପରେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବେ ବୋଲି ଘୋଷଣା କରିଥିଲେ । ଗୁରୁବାର ସେହି ରାଶି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ମଞ୍ଜୁରି ମିଳିସାରିଛି ।

Leave A Reply

Your email address will not be published.