ରାଜ୍ୟରେ ସୁସ୍ଥହେଲେ ୧୫୦୩ କରୋନା ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ସୋମବାର ୧୫୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୩,୭୭୯ରେ ପହଞ୍ଚିଛି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ୨୩୨ ଜଣ, କଟକରୁ ୧୩୧ଜଣ, ରାୟଗଡାରୁ ୧୧୨ଜଣ, ସୁନ୍ଦରଗଡରୁ ୧୧୧ଜଣ, ବାଲେଶ୍ୱରରୁ ୧୦୧ ଜଣ, ଖୋର୍ଦ୍ଧାରୁ ୯୯ଜଣ, ଢେଙ୍କାନାଳରୁ ୬୩ଜଣ, ମୟୁରଭଞ୍ଜରୁ ୫୧ଜଣ, ଗଜପତି ଓ କୋରାପୁଟରୁ ୪୯ଜଣ ଲେଖାଏଁ, ମାଲକାନଗିରିରୁ ୪୨ଜଣ, ଭଦ୍ରକ ଓ ଗଜତସିଂହପୁରରୁ ୩୮ ଜଣ ଲେଖାଏଁ, କନ୍ଧମାଳରୁ ୩୭ଜଣ, ବଲାଙ୍ଗିର ଓ ଯାଜପୁରରୁ ୩୬ଜଣ ଲେଖାଏଁ, ସମ୍ବଲପୁରରୁ ୩୫ଜଣ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଜାରୁ ୩୧ଜଣ ଲେଖାଏଁ, ସୋନପୁରରୁ ୩୦ଜଣ, କେନ୍ଦୁଝରରୁ ୨୦ଜଣ, ଅନୁଗୁଳରୁ ୧୮ଜଣ, ବରଗଡରୁ ୧୫ଜଣ, ଝାରସୁଗୁଡା ଓ କେନ୍ଦ୍ରାପଡାରୁ ୧୪ଜଣ ଲେଖାଏଁ, ଦେବଗଡରୁ ୪ଜଣ ଓ ପୁରୀରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.