୧୫୪ କୋଟି ଟଙ୍କାର ବଜେଟ ଶ୍ରୀମନ୍ଦିର ପାଇଁ ଅନୁମୋଦିତ

0

ଲଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ଶ୍ରୀମନ୍ଦିର ପାଇଁ ବଜେଟ ଅନୁମୋଦିତ ହୋଇଛି । ଶ୍ରୀମନ୍ଦିର ପରିଚାଳନା ପାଇଁ ୧୫୪ କୋଟି ଟଙ୍କାର ବଜେଟ ଅନୁମୋଦିତ ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରାଶାସକ ଶ୍ରୀ କ୍ରିଷ୍ଣ କୁମାର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ଅନୁଷ୍ଠିତ ପରିଚାଳନା ବୈଠକ ଶେଷ ହେବାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରାଶାସକ ଶ୍ରୀ କ୍ରିଷ୍ଣ କୁମାର କହିଛନ୍ତି, ” କୋରୋନା ପାଇଁ ଖର୍ଚ୍ଚ ବଢ଼ିଯାଇଛି, ସେଥିପାଇଁ ଆୟ ବଢ଼ାଇବା ଉପରେ ଗୁରୁତ୍ବ ଦିଆଯାଉଛି । ଶ୍ରୀମନ୍ଦିର ପାଇଁ ଅନ୍‌ଲାଇନ୍‌ ଡୋନେସନ ଆରମ୍ଭ କରାଯିବ” । ଏଥିରେ ସମସ୍ତେ ଭାଗ ନେବାକୁ ମୁଖ୍ୟ ପ୍ରାଶାସକ ଅନୁରୋଧ କରିଛନ୍ତି ।

ସେହିପରି ମନ୍ଦିର ଖୋଲିବା ନେଇ ସକାରାତ୍ମକ ଆଲୋଚନା ହୋଇଥିବା ସ୍ପଷ୍ଟ କରିଛନ୍ତି ଶ୍ରୀ କ୍ରିଷ୍ଣ କୁମାର । ସରକାରଙ୍କ ନିଷ୍ପତ୍ତି ପରେ ମନ୍ଦିର ଖୋଲାଯିବ । ନାଗାର୍ଜୁନ ବେଶ ନେଇ ବୈଠକରେ ଆଲୋଚନା ହୋଇଛି । ପୂର୍ବରୁ ଫାଇନାନ୍ସ ସବ୍ କମିଟି, ଲ୍ୟାଣ୍ଡ ସବ୍ କମିଟି, ସେବାୟତ କଲ୍ୟାଣ ସବ୍ କମିଟି, ନୀତି ସବ୍ କମିଟିରେ ବିସ୍ତୃତ ଭାବରେ ଆଲୋଚନା କରାଯାଇ ବଜେଟରେ ଆୟ ଓ ବ୍ୟୟକୁ ନେଇ ସ୍ବତନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.