ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୪୩ ଜଣ କରୋନା ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ରବିବାର ୧୫୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୧୭୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।


ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୧୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୧୩୧, କୋରାପୁଟରୁ ୧୨୮, ଗଜପତିରୁ ୧୧୧, ବାଲେଶ୍ୱରରୁ ୮୩, ଯାଜପୁରରୁ ୫୮, ସମ୍ବଲପୁରରୁ ୪୯, ମାଲକାନଗିରିରୁ ୪୭ କନ୍ଧମାଳରୁ ୪୬, ରାୟଗଡାରୁ ୩୫, ନୟାଗଡରୁ ୩୩, ଭଦ୍ରକରୁ ୩୧, ଗଜତସିଂହପୁରରୁ ୨୭, କଳାହାଣ୍ଡିରୁ ୨୫, କେନ୍ଦୁଝରରୁ ୨୩, ଢେଙ୍କାନାଳରୁ ୨୧, ନବରଙ୍ଗପୁର ଓ ମୟୁରଭଞ୍ଜରୁ ୧୫ଜଣ ଲେଖାଏଁ, ପୁରୀରୁ ୧୪, ବଲାଙ୍ଗିର ଓ କେନ୍ଦ୍ରାପଡାରୁ ୧୦ଜଣ ଲେଖାଏଁ, ସୋନପୁରରୁ ୭, ଝାରସୁଗୁଡାରୁ ୫, ସୁନ୍ଦଗଡରୁ ୪, ବରଗଡରୁ ୨ ଏବଂ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.