ରାଜ୍ୟରେ ସୁସ୍ଥ ହେଲେ ୧୫୪୪ ଜଣ

0

ଶନିବାର ୨୬ଟି ଜିଲ୍ଲାରୁ ୧୫୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୨୪୧ରେ ପହଞ୍ଚିଛି।

ଗଂଜାମ ଜିଲ୍ଲାରୁ ସର୍ବାଧିକ ୫୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୦୩ ଜଣ, କୋରାପୁଟ ଜିଲ୍ଲାରୁ ୧୪୩ ଜଣ, ଗଜପତି ଜିଲ୍ଲାରୁ ୭୫ ଜଣ, ନୟାଗଡ଼ରୁ ୬୨ ଜଣ, ସୁନ୍ଦରଗଡ଼ରୁ ୫୯ ଜଣ, କନ୍ଧମାଳରୁ ୪୧ ଜଣ, କଟକରୁ ୩୭ ଜଣ, କଳାହାଣ୍ଡି ଓ ରାୟଗଡ଼ାରୁ ୩୬ ଜଣ ଲେଖାଏଁ ଓ ଯାଜପୁର ଜିଲ୍ଲାରୁ ୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ବାଲେଶ୍ୱର ଜିଲ୍ଲାରୁ ୩୩ ଜଣ, ପୁରୀରୁ ୩୨ ଜଣ, ସମ୍ବଲପୁରରୁ ୩୧ ଜଣ, ମାଲକାନଗିରିରୁ ୨୪ ଜଣ, କେନ୍ଦ୍ରାପଡ଼ାରୁ ୨୧ ଜଣ, କେନ୍ଦୁଝରରୁ ୧୭ ଜଣ, ବରଗଡ଼, ବଲାଙ୍ଗୀରରୁ ୧୬ ଜଣ ଲେଖାଏଁ, ଢେଙ୍କାନାଳରୁ ୧୩ ଜଣ, ମୟୂରଭଂଜରୁ ୧୨ ଜଣ, ଭଦ୍ରକ, ଜଗତସିଂହପୁର, ସୁବର୍ଣ୍ଣପୁରରୁ ୮ ଜଣ ଲେଖାଏଁ, ନୂଆପଡ଼ା ଓ ଅନୁଗୁଳରୁ ୬ ଜଣ ଲେଖାଏଁ ଓ ନବରଙ୍ଗପୁରରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.