ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୮% ମତଦାନ

0

ଓଡିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ମୁତାବକ ଆଜି ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୮% ମତଦାନ ହୋଇଛି । ଆଜି ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସକାଳ ୭ଟାରୁ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି । ଆସ୍କା, ବରଗଡ, ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନପାଇଁ ମତଦାନ ହେଉଛି । ୫ଟି ଲୋକସଭା ପାଇଁ ୩୫ ଜଣ ପ୍ରାର୍ଥୀ ଓ ୩୫ ବିଧାନସଭା ଆସନରେ ମୋଟ୍ ୨୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ସୂଚନା ଅନୁଯାୟୀ, ନିର୍ବାଚନ କମିଶନରଙ୍କ ସୂଚନା ମୁତାବକ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସକାଳ ୯ଟା ସୁଦ୍ଧା ୬.୫% ମତଦାନ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୮% ମତଦାନ ହୋଇଛି । ଆସିକାରେ ୨୦%, କନ୍ଧମାଳରେ ୧୬%, ବରଗଡ଼ରେ ୨୦%, ସୁନ୍ଦରଗଡରେ ୧୮% ମତଦାନ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.