ଆଜି ରାଜ୍ୟରେ ସର୍ବାଧିକ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ସର୍ବାଧିକ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୮୬୯୭ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୦୨ଜଣ ସୁସ୍ଥ ହୋଇଛନ୍ତି।


ସେହିପରି କଟକରୁ ୧୪୭ ଜଣ, ଜଗପତିରୁ ୧୩୬ଜଣ, ଢେଙ୍କାନାଳରୁ ୧୧୬ଜଣ, ସୁନ୍ଦରଗଡରୁ ୧୦୬ଜଣ, ସମ୍ବଲପୁରରୁ ୬୨ଜଣ, ରାୟଗଡାରୁ ୫୫ଜଣ, କେନ୍ଦୁଝରରୁ ୩୭ଜଣ,ଅନୁଗୁଳରୁ ୩୪ଜଣ, କଳାହାଣ୍ଡିରୁ ୨୪ଜଣ, କୋରାପୁଟରୁ ୨୨ଜଣ, ଯାଜପୁରରୁ ୨୦ଜଣ, ବରଗଡରୁ ୧୯ଜଣ, ବାଲେଶ୍ୱରରୁ ୧୭ଜଣ, ବଲାଙ୍ଗିରି ଓ ମୟୂରଭଞ୍ଜରୁ ୧୫ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୧୪ ଜଣ, ଭଦ୍ରକରୁ ୧୩ଜଣ, ଦେବଗଡ ଓ ନବରଙ୍ଗପୁରରୁ ୧୧ଜଣ ଲେଖାଏଁ, ଜଗତସିଂହପୁର ଓ ଝାରସୁଗୁଡାରୁ ୮ଜଣ ଲେଖାଏଁ, ପୁରୀରୁ ୬ଜଣ , ବୌଦ୍ଧରୁ ୫ଜଣ, ସୋନପୁରରୁ ୪ଜଣ, ମାଲକାନଗିରିରୁ ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.