ରାଜଧାନୀରେ ସୁସ୍ଥ ହେଲେ ୧୯ଜଣ କରୋନା ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱରରୁ ରବିବାର ୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ସୁସ୍ଥ ହୋଇଥିବା ୧୯ଜଣଙ୍କ ମଧ୍ୟରେ ନୟାପଲ୍ଲୀ ସାବର ସାହିର ୧୫ବର୍ଷର ଜଣେ ବାଳକ ଓ ୨୦ବର୍ଷର ଜଣେ ବାଳିକା ରହିଛନ୍ତି। ସେହିପରି ସହିଦ ନଗର ଅଞ୍ଚଳରୁ ୨୪ବର୍ଷର ଯୁବତୀ, ମଞ୍ଚେଶ୍ୱର ଅଞ୍ଚଳସ୍ଥ ରେଳବାଇର ଓ୍ଵାର୍କସପ୍‌ରୁ ୫୩ବର୍ଷର ପୁରୁଷ, ୧୪ବର୍ଷର ବାଳକ ଓ ୪୬ବର୍ଷର ମହିଳା ଏବଂ ଚନ୍ଦ୍ରଶେଖରପୁର ଆଦିତ୍ୟ କେୟାର ହସ୍‌ପିଟାଲ ଅଞ୍ଚଳରୁ ଜଣେ ୨୫ବର୍ଷୀୟ ପୁରୁଷ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.