ରାଜଧାନୀରୁ ଆଜି ୧୯୦ କରୋନା ପଜିଟିଭ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱରରୁ ଆଜି ୧୯୦ ଜଣ କରୋନା ଚିହ୍ନଟ ହୋଇଛନ୍ତି। ଏଥିରେ ୧୩୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତ ୫୨ ଜଣ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ସଂକ୍ରମଣଙ୍କ ମଧ୍ୟରୁ କପିଳେଶ୍ୱର କଂଚାସାହିରୁ ୨୧ ଜଣ ଆକ୍ରାନ୍ତ ଅଛନ୍ତି। ସେହିଭଳି ବରମୁଣ୍ଡା ବେହେରା ସାହିରୁ ୭ ଜଣ, ବମିଖାଲ ଗାୟତ୍ରୀ ଏନକ୍ଲେଭରୁ ୬ ଜଣ ଓ ୟୁନିଟ-୧ ମାକେର୍ଟ ନିକଟ, ଆଇଆରସି ଭିଲେଜରୁ ୫ ଜଣ ଲେଖାଏଁ, ଲକ୍ଷ୍ମୀସାଗର ଓ ୟୁନିଟ-୩ରୁ ୪ ଜଣ ଲେଖାଏଁ, ସୂର୍ଯ୍ୟନଗର, ନୟାପଲ୍ଲୀ ଏଲଆଇସି ଅଫିସ ଲେନ, ବରମୁଣ୍ଡା, ପଳାଶୁଣୀରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.