ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସମସ୍ତ ଛାତ୍ରଛାତ୍ରୀ ପାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ । କରୋନା ସଂକ୍ରମଣ ରୁ ରକ୍ଷା ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ବିଗତ ବର୍ଷ ଭଳି ସଂପୂର୍ଣ୍ଣ ପାସ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ନବମ ଶ୍ରେଣୀ ପିଲାଙ୍କ ସବୁ ପରୀକ୍ଷା ସରିଛି କେବଳ ଗୋଟିଏ ପରୀକ୍ଷା ବାକିଅଛି । କରୋନା ମୁକାବିଲା ପରେ ନବମ ଶ୍ରେଣୀ କଥା ବିଭାଗ ନିଷ୍ପତ୍ତି ନିିିଆଯିବ ।

ସୂଚନାଯୋଗ୍ୟ,  ୬୨ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା ଖାତା ସୁରକ୍ଷିତ ଅଛି । କରୋନା ଭୟବହତା କମିବା ପରେ ଖାତା ଦେଖା ନେଇ ନିଷ୍ପତ୍ତି ନିଆଯିବ । ଖାତା ସିଲ ହେଇ ପୋଲିସ ହେପାଜତରେ ରହିଛି ।

ସେହିପରି ଯୁକ୍ତ୨ ରେ ସରିଥିବା ପରୀକ୍ଷା ଖାତା ସବୁ ସୁରକ୍ଷିତ ଅଛି । ବାକି ଥିବା ପରୀକ୍ଷା କେବେ ହେବ ସେ ନେଇ ସ୍ୱାସ୍ଥ୍ୟ ବିଭାଗର ଅନୁମତି ମିଳିବା ପରେ ବିଭାଗ ନିଷ୍ପତ୍ତି ନେବ ନୂତନ ତାରିଖ ବିଷୟରେ । ପରୀକ୍ଷା ଖାତା ସୁରକ୍ଷିତ ରହିବା ସହ ଯେପରି ସେଥିରେ ଉଇ ନଲାଗେ ସେଥି ନେଇ ବ୍ୟବସ୍ଥା କରାଯାଇଛି । ସମସ୍ତ କେନ୍ଦ୍ରରେ ଖାତା ସୁରକ୍ଷିତ ଥିବା ନେଇ ବୋର୍ଡ଼ ସମ୍ପାଦକ ଓ ସଭାପତି ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

ଏହାସହ କରୋନା ମୁକାବିଲା ପାଇଁ ଆବଶ୍ୟକସ୍ଥଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଗୁଡିକରେ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଯିବ ବୋଲି  ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

Leave A Reply

Your email address will not be published.