ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨ ବିଏସଏଫ ଯବାନ ଗିରଫ

0

ବାଂଲାଦେଶ ସୀମା ଦେଇ ଭାରତକୁ ଅନୁପ୍ରବେଶ କରୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୁଇ ବିଏସଏଫ ଯବାନ ଗିରଫ। ଏନେଇ ଜଣେ ବିଏସଏଫ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଏସଏଫ ଏଏସଆଇ ଓ କନଷ୍ଟେବଳଙ୍କୁ ଶୁକ୍ରବାର ବିଳମ୍ୱିତ ରାତିରେ ଗିରଫ କରାଯାଇଛି। ଏବଂ କାର୍ଯ୍ୟନୁଷ୍ଠାନ ପାଇଁ ସେମାନଙ୍କୁ ପଶ୍ଚିମବଙ୍ଗ ପୁଲିସକୁ ହସ୍ତାନ୍ତର କରାଯାଇଛି।

ବିଏସଏଫର ଦକ୍ଷିଣ ସିମାନ୍ତ ଅଧିକାରୀ କହିଛନ୍ତି, ଅଭିଯୁକ୍ତଙ୍କୁ ନିଲମ୍ୱିତ କରାଯାଇଛି। ସେ କହିଛନ୍ତି ଏହି ଘଟଣା ଗତ ୨୬ ତାରିଖ ସକାଳେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବଗଦା ସୀମା ନିକଟରେ ଘଟିଛି। ଜଣେ ବିଏସଏଫ କନଷ୍ଟେବଳ ବେଆଇନ ଅନୁପ୍ରବେଶ କରୁଥିବା ଜଣେ ଦଲାଲ ଓ ମହିଳାଙ୍କୁ ଗିରଫ କରିଥିଲେ। ଏହାପରେ ସେ ମହିଳାଙ୍କୁ ପାଖରେ ଥିବା ଏକ ବିଲକୁ ନେଇ ଯାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଯେତେବେଳେ କି ଏଏସଆଇ ଜଣଙ୍କ ଏହି ଅପରାଧ ଘଟାଇବାକୁ ସାହାଯ୍ୟ କରିଥିଲେ। ମହିଳା ଜଣଙ୍କ ପୁଲିସ ପାଖରେ ଏନେଇ ଅଭିଯୋଗ କରିବା ପାରେ ସେମାନଙ୍କୁ ଗିରଫ କରାଯାଇଛି।

SOA post below
Leave a comment