୨କରୋନା ପଜିଟିଭ ମଧ୍ୟରୁ ଜଣେ ଏକବର୍ଷର ଶିଶୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ୨କରୋନା ପଜିଟିଭ ଚିହ୍ନଟ । ଏହି ଆକ୍ରାନ୍ତ ଦ୍ବୟ ଝାରସୁଗୁଡ଼ା ଜିଲ୍ଲାର ହୋଇଥିବା ବେଳେ ସେମନଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ କନ୍ୟା ଥିବା ଜଣାପଡ଼ିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ସାମଲ ।

ସୂଚନା ଅନୁଯାୟୀ, ଉକ୍ତ ପରିବାରର ଗତକାଲି ଏକ ୫ବର୍ଷର ଶିଶୁପୁତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏହି ଶିଶୁ କନ୍ୟାଟିର ରକ୍ତ ଓ ସ୍ୱାବ୍ ଟେଷ୍ଟ କରାଯାଇଥିଲା । ଏହି ପରିବାର ବାହାର ରାଜ୍ୟରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ । ସେହିପରି ବ୍ରଜରାଜନଗରର ଅଞ୍ଚଳର ଜଣେ ୪୦ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉକ୍ତ ବ୍ୟକ୍ତି ମହାରାଷ୍ଟ୍ର ଫେରନ୍ତା ଏବଂ ସେ କ୍ୱାରେଣ୍ଟାଇନ୍‌ରେ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୭ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୪୩୬ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୭୫୪ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.